ବୋହୂ ବାଳ ଅବଳାରେ - ଅଚ୍ୟୁତାନନ୍ଦ ଦାସ

ବୋହୂ ବାଳ ଅବଳାରେ
ଖେଳଇ ବାର ଜଣର
ବାର ଜଣ ଛାଡ଼ିତେରକୁ ଗମିଲେ
ବୋହୂର ପୂରିବ କାଳ ।
ଏ ବାର ଭିତରେପୁରୁଷ ଖେଳଇ
ସେ ବାରେ ଖେଳଇ ବୋହୂ
ବୋହୂ ପୁଅ ଦୁହେଁଉଲଟ ପାଲଟ
ବାରଣ ନ ଯାଇ କେହୁ ।
ବାହାରରେ ବାରଭିତରରେ ବାର
ବାର ବତିଶରେ ଘର
ଅକାରଣ ବୋହୂବାରଣ ନ ଯାଇ
କଲା ବାର ବାର ଘର ।
ପୁଅକୁ ବୟସଶହେ ଷାଠିଏ ଯେ
ବୋହୂ ତ ଷୋଳ ବରଷୀ
ପଚିଶ ଭେଣ୍ଡିଆଘେନି କରି ବୋହୂ
ଖେଳ ଖେଳୁଥାଇ ବସି ।
ବୋହୂ ମୋର ଧନବୋହୂ ମୋ ଜୀବନ
ବୋହୂ ଲାଗି ଏତେ ସରି
ପାମର ଅଚ୍ୟୁତଭାବରେ ଭଣିଲେ
କର ଭବ ଜଳୁ ପାରି ।

ଅଚ୍ୟୁତାନନ୍ଦ ଦାସ, ପଞ୍ଚସଖା କବି

Post a Comment

ପ୍ରତିକ୍ରିୟା (0)

ପୂର୍ବବର୍ତ୍ତୀ ପୋଷ୍ଟ ପରବର୍ତ୍ତୀ ପୋଷ୍ଟ