ପ୍ରିୟ ଭୂମି - ପଦ୍ମଶ୍ରୀ ଡକ୍ଟର ମାୟାଧର ମାନସିଂହ

ଓହ୍ଲାଇ ଏ ଅଗ୍ନି-ରଥୁ ଯିବ ସେହି ଦେଶେ
ବିସ୍ତୀର୍ଣ୍ଣ ପ୍ରକୃତି ଜହିଁ ଦିଗମ୍ବର ବେଶେ
ବୃକ୍ଷହୀନ- ହେମକାନ୍ତ-ସିକତା ବିସ୍ତାର
ମହୋଦଧି ତଟ-ପ୍ରାନ୍ତେ ।

ସିନ୍ଧୁ ସିକତାରେ
କ୍ରୀଡ଼ନ୍ତି ନିଶୀଥେ ତହିଁ ଜଳକନ୍ୟାଗଣ
କିଆକୁଞ୍ଜେ ଲୁଚକାଳି,
କୋମଳ ଚରଣ
ବୁଡ଼େନାହିଁ ବାଲୁକାରେ ।

ବର୍ଷାରମ୍ଭେ ତହିଁ
ପୁନ୍ନାଗ କୁଶୁମ ଗନ୍ଧ ପ୍ରାଣଦିଏ ଦହି
ବିରହୀ ତରୁଣଙ୍କର ।

କ୍ଷୁବ୍ଧ ପାରାବାର
ଢାଳେ ଚୁର୍ଣ୍ଣ-ମରି-ଚୁଡ଼ ଦୀର୍ଘ ଊର୍ମିବାର
ସେ ଭୂମିର ପଦତଳେ,
ତା ଗୁରୁ ଗର୍ଜନ
ରଚେ ତହିଁ ଶାଶ୍ବତିକ ମୃଦଙ୍ଗ ଘୋଷଣ ।

ସେହି ଭୂମେ ମୋ କୁଟୀର, ସେ ଦେଶେ କୁରଙ୍ଗୀ
ଚାଲ ସଖି, ତୁମ୍ଭଠାରୁ ଶିଖିବେ ଭ୍ରୂଭଙ୍ଗୀ ।

ପଦ୍ମଶ୍ରୀ ଡକ୍ଟର ମାୟାଧର ମାନସିଂହ, ନନ୍ଦଳା, ପୁରୀ

Post a Comment

ପ୍ରତିକ୍ରିୟା (0)

ପୂର୍ବବର୍ତ୍ତୀ ପୋଷ୍ଟ ପରବର୍ତ୍ତୀ ପୋଷ୍ଟ