ବ୍ରହ୍ମଜ୍ଞାନ - ସନ୍ଥକବି ଭୀମ ଭୋଇ

ବ୍ରହ୍ମଜ୍ଞାନ କରିଛନ୍ତି ବିସ୍ତାର,
ଭଗତ କେ ଅଛ ସମ୍ଭାଳି ଧର ।୦।

ନିଜ ନାମ ଯାହା, କହି ନୋହେ ତାହା,
ନ ବସଇ ଅକ୍ଷର ।୧।
ଶବଦ ଯେତେକ, ବେଦାନ୍ତ ତେତେକ,
ପ୍ରଚରୁଛି ସଂସାର ।୨।

ଅନାଦି ପୁରୁଷ, ଯାହାକୁ ବୋଲନ୍ତି,
ଅନ୍ତ ନାହିଁ ତାହାର ।୩।
ଗୁରୁଦେବ ସ୍ୱାମୀ, ଯେହୁ ସେ ଅଟନ୍ତି,
ସାର ଜ୍ଞାନ ଭଣ୍ଡାର ।୪।

ମହିମା ନାମଟି, ଯେଣୁ ବୋଲାଉଛି,
ଅଗାଧ ସେ ସାଗର ।୫।
ଗୁରୁ ପାଦ ଧ୍ୟାୟି, ଭଣେ ଭୀମ ଭୋଇ,
ନିଶ୍ଚେ ହେବ ଉଦ୍ଧାର ।୬।

ସନ୍ଥକବି ଭୀମ ଭୋଇ

Post a Comment

ପ୍ରତିକ୍ରିୟା (0)

ପୂର୍ବବର୍ତ୍ତୀ ପୋଷ୍ଟ ପରବର୍ତ୍ତୀ ପୋଷ୍ଟ